ନିଭୋଲୁମାବ
ନିଭୋଲୁମାବ, ବ୍ୟବସାୟୀକ ନାମ ଓପଡିଭୋ, ଏକ ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏଥିରେ ମେଲାନୋମା, ଫୁସଫୁସ କର୍କଟ, ବୃକ୍କୀୟ ଜୀବକୋଷ କର୍କଟ, ହଜକିନ୍ସ ଲିମ୍ଫୋମା, ମୁଣ୍ଡ ଏବଂ ବେକ କର୍କଟ, କୋଲୋନ୍ କର୍କଟ ଏବଂ ଯକୃତ କର୍କଟ ଅନ୍ତର୍ଭୁକ୍ତ | [୩] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [୩]
Monoclonal antibody | |
---|---|
Type | Whole antibody |
Source | Human |
Target | PD-1 |
Clinical data | |
Trade names | Opdivo |
Synonyms | ONO-4538, BMS-936558, MDX1106 |
AHFS/Drugs.com | monograph |
MedlinePlus | a614056 |
data | |
Pregnancy category | |
Routes of administration | Intravenous (IV) |
Legal status | |
Legal status |
|
Chemical and physical data | |
Formula | C6362H9862N1712O1995S42 |
Molar mass | ୧,୪୩,୫୯୯.୩୯ g·mol−1 |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକାପଣ, ଦାଗ, ଯକୃତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା ଏବଂ କାଶ ଅନ୍ତର୍ଭୁକ୍ତ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ସମ୍ବନ୍ଧୀୟ ଫୁସଫୁସ ସମସ୍ୟା, ଅନ୍ତନଳୀ, ଯକୃତ, କିଡନୀ, ଚର୍ମ କିମ୍ବା ଅନ୍ତସ୍ରାବୀ ସମସ୍ୟା ସୃଷ୍ଟି ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ପରାମର୍ଶ ଦିଆଯାଇନଥାଏ | [୩] [୪] ନିଭୋଲୁମାବ ହେଉଛି ଏକ ମାନବ ଆଇଜିଜି୪ ମୋନୋକ୍ଲୋନାକ ଆଣ୍ଟିବଡି ଯାହା ପିଡି-୧କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୩] ଏହା ଏକ ପ୍ରକାର ଇମ୍ମ୍ୟୁନୋଥେରାପି ଏବଂ ଏକ ଚେକପଏଣ୍ଟ ଇନହିବିଟର ଭାବରେ କାମ କରେ, ଯାହା ଏକ ସଙ୍କେତକୁ ଅବରୋଧ କରିଥାଏ ଯାହାଦ୍ୱାରାଟି ଜୀବକୋଷ ସକ୍ରିୟ ହେବା ପ୍ରତିରୋଧ କରି କର୍କଟ ଉପରେ ହେବାକୁ ଥିବା ଆକ୍ରମଣରୁ ରକ୍ଷା କରିଥାଏ | [୩] [୫]
୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ନିଭୋଲୁମାବକୁ ଅନୁମୋଦନ କରାଯାଇଥିଲା । [୨] [୬] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲେଖା ଅଛି । [୭] ଯୁକ୍ତରାଜ୍ୟରେ ଏନଏଚଏସକୁ 2018 ସୁଦ୍ଧା ମାସକୁ ପ୍ରାୟ 5266 ପାଉଣ୍ଡ ଖର୍ଚ୍ଚ କରିବାକୁ ହୁଏ | [୮] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହି ରାଶି ପ୍ରାୟ ୧୩,୫୫୬ ଆମେରିକୀୟ ଡଲାର ଅଟେ, [୯] ଚାଇନାରେ ଏହା ପ୍ରାୟ ୭,୦୦୦ ଆମେରିକୀୟ ଡଲାର ଅଟେ। [୧୦] ଏହା ଚାଇନିଜ ହାମଷ୍ଟର ଓଭାରି ଜୀବକୋଷ ବ୍ୟବହାର କରି ତିଆରି କରାଯାଏ | [୧୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
- ↑ ୨.୦ ୨.୧ ୨.୨ "Nivolumab Monograph for Professionals". Drugs.com. Retrieved 14 November 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Nivolumab Monograph for Professionals". Drugs.com. Retrieved 14 November 2019.
- ↑ "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
- ↑ "Nivolumab (Opdivo) | Cancer information | Cancer Research UK". www.cancerresearchuk.org. Retrieved 15 December 2019.
- ↑ "Opdivo- nivolumab injection". DailyMed. 17 December 2019. Retrieved 11 March 2020.
- ↑ World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 852. ISBN 9780857113382.
- ↑ "Opdivo Prices, Coupons & Patient Assistance Programs". Drugs.com. Retrieved 14 November 2019.
- ↑ "Bristol-Myers will sell Opdivo in China at half of US cost, setting precedent for checkpoint wave — report". Endpoints News. Retrieved 2019-09-09.
- ↑ Rajan A, Kim C, Heery CR, Guha U, Gulley JL (September 2016). "Nivolumab, anti-programmed death-1 (PD-1) monoclonal antibody immunotherapy: Role in advanced cancers". Human Vaccines & Immunotherapeutics. 12 (9): 2219–31. doi:10.1080/21645515.2016.1175694. PMC 5027703. PMID 27135835.