ହୋକାଇଦୋ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ହୋକାଇଦୋ
北海道ほっかいどう
ଜାପାନୀ transcription(s)
 • ଜାପାନୀ北海道ほっかいどう
 • ଓରାଜୀହୋକାଇଦୋ
Flag of ହୋକାଇଦୋ
Official logo of ହୋକାଇଦୋ
Location of ହୋକାଇଦୋ
ଦେଶ ଜାପାନ
ଅଞ୍ଚଳହୋକାଇଦୋ
ଦ୍ୱୀପହୋକାଇଦୋ
ରାଜଧାନୀସାପ୍ପୋରୋ-ଶୀ
ବୃହତ୍ତମ ସହରସାପ୍ପୋରୋ-ଶୀ
ଉପବିଭାଜନ
Government
 • ରାଜ୍ୟପାଳସୁଜୁକି ନାଓମିଚି
Area
 • ସମୁଦାୟ83,423.84 km2 (32,210.12 sq mi)
 • Rankପ୍ରଥମ
Population
 (୩୧ ମଇ ୨୦୧୯)
 • Total୫୨୮୧୨୯୭
 • Rankଅଷ୍ଟମ
 • Density63/km2 (160/sq mi)
ISO 3166 codeJP-01
Websitewww.pref.hokkaido.lg.jp
Symbols
ପକ୍ଷୀତାଞ୍ଚୋ (ନାଲି-ମୁକୁଟ ସାରସ, ଗ୍ରୁସ ଜାପୋନେନ୍ସିସ)
ପୁଷ୍ପହାମାନାସୁ (ରିଉଗୋସା ଗୋଲାପ, ରୋଜା ରୁଗୋସା)
ବୃକ୍ଷଏଜୋମାତ୍ସୁ (ଯେଜୋ ସ୍ପ୍ରୁସ, ପିକିଏ ଯେଜୋଏନ୍ସିସ)

ହୋକାଇଦୋ (北海道ほっかいどう), ହେଉଛି ଜାପାନର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଏବଂ ଏଥିରେ ଜାପାନର ବୃହତ୍ତମ ରାଜ୍ଯ ଅବସ୍ଥିତ ।[୧] ତ୍ସୁଗାରୁ ପ୍ରଣାଳୀ, ହୋକାଇଦୋକୁ ହୋଁଶୁଠାରୁ ଅଲଗା କରିଥାଏ ଏବଂ ଦ୍ୱୀପ ଦ୍ୱୟ ପରସ୍ପର ସହ ଏକ ସାଗରଗର୍ଭୀ ରେଳପଥ - ସେଇକାଁ ଜୁଇଦୋଦ୍ୱାରା ସଂଯୁକ୍ତ ହୋଇଛି ।

ସାପ୍ପୋରୋ-ଶୀ ହେଉଛି ହୋକାଇଦୋର ବୃହତ୍ତମ ସହର ତଥା ଏହାର ରାଜଧାନୀ । ଏହା ମଧ୍ଯ ହୋକାଇଦୋର ଏକମାତ୍ର ଆଦେଶ ନିର୍ଦ୍ଦେଶିତ ସହର । ଋଷିଆଦ୍ୱାରା ପ୍ରଶାସିତ ସାଖାଲିଁ, ହୋକାଇଦୋରୁ ୪୩ କି.ମି. ଦୂରରେ ଉତ୍ତର ଆଡକୁ ଅବସ୍ଥିତ ଏବଂ କୁରିଲ୍ ଦ୍ୱୀପପୁଞ୍ଜ ଏହାର ପୂର୍ବ ଓ ଐଶାନ୍ୟ ଦିଗରେ ଅବସ୍ଥିତ । କୁରିଲ୍ ଦ୍ୱୀପପୁଞ୍ଜର ଦକ୍ଷିଣତମ ଚାରୋଟି ଦ୍ୱୀପ ଉପରେ ଜାପାନର ଦାବି ରହିଛି । ପୂର୍ବରେ ହୋକାଇଦୋ, ଏଜୋ, ୟେଜୋ, ୟେସୋ, ତଥା ୟେସ୍ସୋ ଆଦି ନାମରେ ଜଣାଶୁଣା ।[୨]

ଇତିହାସ[ସମ୍ପାଦନା]

ପ୍ରାକ୍-ଇତିହାସ[ସମ୍ପାଦନା]

Historical population
YearPop.±% p.a.
୧୭୨୧୧୫,୬୧୫—    
୧୭୫୦୨୧,୮୦୭+1.16%
୧୭୮୬୨୬,୩୧୦+0.52%
୧୭୯୮୨୮,୭୧୧+0.73%
୧୮୨୨୬୧,୯୪୮+3.26%
୧୮୩୪୬୭,୮୬୨+0.76%
୧୮୪୬୭୦,୮୮୭+0.36%
୧୮୭୩୧,୨୩,୬୬୮+2.08%
୧୮୯୦୪,୧୪,୪୩୦+7.37%
୧୯୦୩୧୦,୮୯,୫୦୩+7.72%
୧୯୨୦୨୩,୫୯,୧୮୩+4.65%
୧୯୩୦୨୮,୧୨,୩୩୫+1.77%
୧୯୪୦୩୨,୭୨,୭୧୮+1.53%
୧୯୫୦୪୨,୯୫,୫୬୭+2.76%
୧୯୬୦୫୦,୩୯,୨୦୬+1.61%
୧୯୭୦୫୧,୮୪,୨୮୭+0.28%
୧୯୮୦୫୫,୭୫,୯୮୯+0.73%
୧୯୯୦୫୬,୪୩,୬୪୭+0.12%
୨୦୦୦୫୬,୮୩,୦୬୨+0.07%
୨୦୧୦୫୫,୦୬,୪୧୯−0.32%
୨୦୨୦୫୨,୮୧,୨୯୭−0.42%
ଉତ୍ସ:[୩][୪]


୧୫,୦୦୦ ବର୍ଷ ପୂର୍ବେ ହୋକାଇଦୋରେ ଯୋମୋନ ସଂସ୍କୃତି ଏବଂ ସମ୍ବନ୍ଧିତ ଶୀକାର-ସଂଗ୍ରହ ଜୀବନଶୈଳି, ବିସ୍ତୃତ ଲାଭ କରିଥିଲା । ହୋଁଶୁ ଦ୍ୱୀପର ବିପରୀତ, ଏହି ଯୁଗରେ ହୋକାଇଦୋରେ କୌଣସି ପ୍ରକାରର ଯୁଦ୍ଧ ହୋଇ ନ ଥିଲା । ଆଇନୁ ଆଧ୍ଯାତ୍ମବାଦର ଉତ୍ପତ୍ତି, ପ୍ରାକୃତିକ ଆଲୌକିକ ଶକ୍ତି ଉପରେ ଯୋମୋନମାନଙ୍କ ବିଶ୍ବାସରୁ ହୋଇଥିଲା ବୋଲି ଗ୍ରହଣ କରାଯାଇଛି । ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଏହି ଦ୍ୱୀପଟିରେ ୟାୟୋଇ ଲୋକମାନେ ବସତି ସ୍ଥାପନ କଲେ । ଫଳରେ ଦ୍ୱୀପରେ ରହୁଥିବା ଅନେକ ଲୋକ ଶୀକାର-ସଂଗ୍ରହ ଜୀବନଶୈଳି ତ୍ଯାଗ କରି କୃଷିକାର୍ଯ୍ୟ ଆଡ଼କୁ ମନ ଦେଲେ ।[୫]

ନିହୋଁ ଶୋକୀ, ୭୨୦ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହେଲା ଏବଂ ଏଥିରେ ହିଁ ହୋକାଇଦୋର ପ୍ରଥମ ଉଲ୍ଲେଖ ଲିପିବଦ୍ଧ ହୋଇଛି । ଏହି ପୁସ୍ତକ ଅନୁସାରେ, ୬୫୮ରୁ ୬୬୦ ମଧ୍ଯରେ ଆବେନୋ ହିରାଫୁ[୬] ଏକ ବଡ଼ ନୌବାହିନୀ ଏବଂ ପଦାତିକ ବାହିନୀ ନେଇ ଉତ୍ତର ଆଡକୁ ଗତି କଲେ ଏବଂ ମିଶିହାସେଏମିଶିମାନଙ୍କ ସଂସ୍ପର୍ଶରେ ଆସିଲେ । ସେହି ଯାତ୍ରାରେ ହିରାଫୁ ଏକ ୱାତାରିଶିମା (渡島ととう) ବୋଲି ସ୍ଥାନକୁ ଯାଇଥିଲେ, ଯାହାକୁ ହୋକାଇଦୋ ବୋଲି ଚିହ୍ନଟ କରାଯାଇଛି । ଏହି ଘାଟଣାର ବିବରଣୀ ବିଷୟରେ ଅନେକ ଅନୁମାନ କରାଯାଇ ଥାଏ; ଯେପରିକି - ୱାତାରିଶିମାର ବାସ୍ତବ ଅବସ୍ଥିତି, ତଥା ଏଥିରେ ରହୁଥିବା ଏମିଶି ଲୋକମାନେ ବର୍ତ୍ତମାନର ଆଇନୁ ଲୋକମାନଙ୍କର ପୂର୍ବଜ ।

ନାରାହେଈଆଁ କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ ଦେୱା ପ୍ରାନ୍ତ ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । ମଧ୍ଯଯୁଗରୁ, ହୋକାଇଦୋର ଲୋକମାନେ ଏଜୋ ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷えぞ; ଏଜୋଭୂମି) ବା ଏଜୋଗାଶିମା (蝦夷えぞとう; ଏଜୋ ଦ୍ୱୀପ) ହୋଇଗଲା ।[୭] ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।

ନୈରୁକ୍ତଶାସ୍ତ୍ର[ସମ୍ପାଦନା]

ପୂର୍ବର ହୋକାଇଦୋ ପ୍ରଶାସନିକ କାର୍ଯ୍ୟାଳୟ, ଚୁଓ-କୁ

ବିକାଶ କମିଶନ ସ୍ଥାପନ କରିବା ସମୟରେ ମେଇଜୀ ପ୍ରଶାସନ ଏଜୋଚିର ନାମ ପରିବର୍ତ୍ତନ କରିବା ପାଇଁ ଚାହିଁଲେ । ମାତ୍ସୁଉରା ତାକେଶୀରୋ, କାଇହୋକୁଦୋ (うみ北道ほくどう) ତଥା ହୋକାଇଦୋ (きたどう) ଆଦି, ଛଅଟି ପ୍ରସ୍ତାବ ଦାଖଲ କରିଥିଲେ ।

ଆଧାର[ସମ୍ପାଦନା]

  1. "離島りとうとは(しま基礎きそ知識ちしき) (what is a remote island?)". MLIT (Ministry of Land, Infrastructure, Transport and Tourism) (in Japanese). Ministry of Land, Infrastructure, Transport and Tourism. 22 August 2015. Archived from the original (website) on 2007-11-13. Retrieved 9 August 2019. MILT classification 6,852 islands (main islands: 5 islands, remote islands: 6,847 islands){{cite web}}: CS1 maint: unrecognized language (link)
  2. Nussbaum, Louis-Frédéric. (2005). "Hokkaido" in Japan Encyclopedia, p. 343 at Google Books
  3. Statistics Bureau of Japan
  4. Hokkaido Population during Tokugawa Shogun
  5. "A Journey into the culture and history of Hokkaido" (PDF). hkd.mlit.go.jp.
  6. Japan Handbook, p. 760
  7. McClain, James L. (2002). Japan, A Modern History (First ed.). New York, N.Y.: W.W. Norton & Company. p. 285. ISBN 978-0-393-04156-9.