ଏନକୋରାଫେନିବ
ଏନକୋରାଫେନିବ (ଇଂରାଜୀ ଭାଷାରେ Encorafenib), ବ୍ରାଫ୍ଟୋଭି ଏକ ବିକ୍ରୟ ନାମ, ହେଉଛି ମେଲାନୋମା ଏବଂ ବୃହଦନ୍ତ୍ର ମଳାଶୟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହୃତ ହୁଏ ଯେତେବେଳେ ଅସ୍ତ୍ରୋପଚାର ଦ୍ୱାରା ବିଆରଏଏଫ ଭି୬୦୦ଇ (BRAF V600E) କିମ୍ବା ଭି୬୦୦କେ (V600K) ମ୍ୟୁଟେସନ୍-ପଜିଟିଭ୍ ରୋଗ ଅପସାରଣ କରାଯାଇପାରିବ ନାହିଁ ।[୧] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Braftovi |
Synonyms | LGX818 |
AHFS/Drugs.com | monograph |
MedlinePlus | a618040 |
data |
|
Routes of administration | By mouth |
Legal status | |
Legal status |
|
Identifiers | |
| |
Chemical and physical data | |
Formula | C22H27ClFN7O4S |
Molar mass | ୫୪୦.୦୧ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କାଣ, ଅଇ, ତରଳ ଝାଡ଼ା, ପେଟ ଯନ୍ତ୍ରଣା, ରାସ ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ୟୁଭିଆଇଟିସ୍, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ କର୍କଟ ହୋଇପାରେ ।[୧] ଯେଉଁମାନଙ୍କର ସାମାନ୍ୟ ଯକୃତ ସମସ୍ୟା ଥାଏ, ସେମାନଙ୍କୁ ଏକ ନିମ୍ନ ମାତ୍ରାର ଔଷଧ ଦେବା ଉଚିତ୍ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ କାଇନେଜ ଇନହିବିଟର ଯାହା ବିଆରଏଏଫ (BRAF) ପୁଷ୍ଟିସାରକୁ ଅବରୋଧ କରିଥାଏ ।[୧] [୪]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଏନକୋରାଫେନିବକୁ ଅନୁମୋଦନ କରାଯାଇଥିଲା ।[୨] [୪] ଯୁକ୍ତରାଜ୍ୟରେ ୨୦୨୧ରେ ଏହି ଔଷଧର ୪ ସପ୍ତାହ ବ୍ୟବହାର ପାଇଁ ୫୬୦୦ ମୂଲ୍ୟ ଦେବାକୁ ପଡ଼େ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୨,୪୦୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "DailyMed - BRAFTOVI- encorafenib capsule". dailymed.nlm.nih.gov. Archived from the original on 21 April 2021. Retrieved 15 December 2021.
- ↑ ୨.୦ ୨.୧ "Encorafenib Monograph for Professionals". Drugs.com (in ଇଂରାଜୀ). Archived from the original on 20 July 2021. Retrieved 15 December 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1023. ISBN 978-0857114105.
- ↑ ୪.୦ ୪.୧ "Braftovi". Archived from the original on 16 September 2021. Retrieved 15 December 2021.
- ↑ "Braftovi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 15 December 2021.