ଅରିଜିତ ପଶାୟତ
ଦେଖଣା
ଜଷ୍ଟିସ ଅରିଜିତ ପଶାୟତ | |
---|---|
ଜଜ ସର୍ବୋଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୨୦ ଅକ୍ଟୋବର ୨୦୦୧ – ୧୦ ମଇ ୨୦୦୯ | |
ମୁଖ୍ୟ ବିଚାରପତି, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୧୦ ମଇ ୨୦୦୦ – ୧୯ ଅକ୍ଟୋବର ୨୦୦୧ | |
ମୁଖ୍ୟ ବିଚାରପତି, କେରଳ ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୨୦ ସେପ୍ଟେମ୍ବର ୧୯୯୯ – ୯ ମଇ ୨୦୦୦ | |
ବିଚାରପତି, ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ ୨୦ ମାର୍ଚ୍ଚ ୧୯୮୯ – ୧୯ ସେପ୍ଟେମ୍ବର ୧୯୯୯ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାଣୀପଡ଼ା, ଜଗତସିଂହପୁର | ୧୦ ମଇ ୧୯୪୪
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ବାପା | ବିଶ୍ୱନାଥ ପଶାୟତ[୧] |
ଜଷ୍ଟିସ ଅରିଜିତ ପଶାୟତ, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ସେ ନିଜ ଆଇନ ବୃତ୍ତି ଆରମ୍ଭ କରିଥିଲେ ।[୨]
ବୃତ୍ତିଗତ ଜୀବନ
[ସମ୍ପାଦନା]ଜଷ୍ଟିସ ପଶାୟତ, ୧୯୬୮ ମସିହା ଅକ୍ଟୋବର ୧୦ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜଣେ ଓକିଲ ଭାବରେ ନିଜର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଟିକସ ଓ ସମ୍ବିଧାନିକ ମାମଲାରେ ସେ କେସ ଲଢ଼ୁଥିଲେ । ସେ ଓକିଲାତି ସହିତ ଚାର୍ଟେଡ଼ ଆକାଉଣ୍ଟାନ୍ସି ପାଠ ପଢ଼ା ମଧ୍ୟ ସାରିଛନ୍ତି ।[୩]
୧୯୮୯ ମସିହା ମାର୍ଚ୍ଚ ୨୦ ତାରିଖରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ଜଜ ଭାବରେ ନିଯୁକ୍ତି ପାଇଥିଲେ । ୧୯୯୯ ସେପ୍ଟେମ୍ବର ୨୦ ତାରିଖରେ ସେ କେରଳ ଉଚ୍ଚ ନ୍ୟାୟାଳୟର ଓ ୨୦୦୦ ମସିହା ମଇ ୧୦ ତାରିଖରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।[୪]
୨୦୦୧ ମସିହା ଅକ୍ଟୋବର ୨୦ ତାରିଖରେ ସେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ ହୋଇ, ୨୦୦୯ ମସିହା ମଇ ୧୦ ତାରିଖରେ ଅବସର ଗ୍ରହଣ କରିଥିଲେ ।[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଭୂମୀ ଗୌରବ ସମ୍ମାନ - ୨୦୧୯ ( ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ ସାଂସ୍କୃତିକ ଏକାଡେମୀ ପ୍ରଦତ୍ତ)[୫]
- ଉତ୍କଳ ରତ୍ନ - ୨୦୧୬
ଆଧାର
[ସମ୍ପାଦନା]- ↑ "ବିଶ୍ୱନାଥ ପଶାୟତ: ସାଧାରଣ ଜନତାର ସେନାପତି". samajalive.in. ସମାଜ. Archived from the original on 13 May 2022. Retrieved 13 May 2022.
- ↑ "Hon'ble Mr. Justice Arijit Pasayat". nalsa.gov.in. ରାଷ୍ଟ୍ରୀୟ ବିଧୀକ ସେବା ପ୍ରାଧିକରଣ. Archived from the original on 13 May 2022. Retrieved 13 May 2022.
- ↑ "Former Judge". orissahighcourt.nic.in. ଓଡ଼ିଆ ଉଚ୍ଚ ନ୍ୟାୟାଳୟ. Archived from the original on 13 May 2022. Retrieved 13 May 2022.
- ↑ ୪.୦ ୪.୧ "Profile at Official Website of Supreme Court of India". Supreme Court of India. Archived from the original on 17 February 2012. Retrieved 28 August 2012.
- ↑ "ଜଷ୍ଟିସ ଅରିଜିତ ପଶାୟତ ପାଇବ ଭୂମି ଗୌରବ ସମ୍ମାନ". dharitri.com. ଧରିତ୍ରୀ. Archived from the original on 13 May 2022. Retrieved 13 May 2022.