କୁମାର ସାନୁ
କୁମାର ସାନୁ | |
---|---|
Background information | |
ମୂଳ ନାମ | কুমার শানু |
ଜନ୍ମ ସମୟରେ ନାମ | କେଦାରନାଥ ଭଟଚାର୍ଜ୍ୟ |
ଜନ୍ମ | [୧][୨] Kolkata, West Bengal, India | ୨୦ ଅକ୍ଟୋବର ୧୯୫୭
ଶୈଳୀ | Playback singing |
ପେଷା | Singer, Music Director, Lyricist, Actor, Producer |
ବାଦ୍ୟଯନ୍ତ୍ର | Tabla |
କାର୍ଯ୍ୟକାଳ | 1989–present |
ଲେବଲ | Yash Raj Films, T-Series, Sony Music, Zee Music Company, Tips, Saregama, Venus Records & Tapes |
କୁମାର ସାନୁ(୨୦ ଅକ୍ଟୋବର ୧୯୫୭)ଙ୍କ ପ୍ରକୃତ ନାମ ହେଉଛି କେଦାରନାଥ ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ କଣ୍ଠଶିଳ୍ପୀ । ସେ ବଲିଉଡରେ ବେଶ ପରିଚିତ ଓ ପ୍ରସିଦ୍ଧ । ୧୯୯୩ରେ ଏକ ଦିନରେ ୨୮ଟି ଗୀତ ରେକଡିଙ୍ଗ କରି ସେ ଗିନିଜ ବୁକରେ ସ୍ଥାନ ପାଇଥିଲେ । କ୍ରମାଗତ ୫ଥର ସେ ଫିଲ୍ମ ଫେୟାର ଆୱାର୍ଡ(ସବୁଠାରୁ ଭଲ ପୁରୁଷ ଗାୟକ) ପାଇ ରେକର୍ଡ କରିଥିଲେ । ୨୦୦୯ରେ ପଦ୍ମଶ୍ରୀ ଉପାଧି ପାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କୁମାରଙ୍କ ବାପା ପଶୁପତି ଭଟ୍ଟାଚାର୍ଯ୍ୟ ଜଣେ ଗାୟକ ଓ ପ୍ରଯୋଜକ ଥିଲେ । ସେ ଓ କୁମାରଙ୍କ ବଡ଼ ଭଉଣୀଙ୍କ ସହ ସେ କଲିକତା(ଦମଦମ)ରେ ରହୁଥିଲେ । ସେ କୁମାରଙ୍କୁ ଜଣେ ଗାୟକ ଓ ତବଲା ବାଦକ ହିସାବରେ ଶିକ୍ଷା ଦେଇଥିଲେ । ୧୯୭୯ କଲିକତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ ପରେ ସେ ବିଭିନ୍ନ ହୋଟେଲ ଓ ଷ୍ଟେଜରେ ଗୀତ ଗାଇବା ଆରମ୍ଭ କରିଥିଲେ । ପ୍ରସିଦ୍ଧ ବଲିଉଡ ଗାୟକ କିଶୋର କୁମାରଙ୍କ ଠୁ ଅନୁପ୍ରାଣିତ ହୋଇ ସେ ଗୀତ ଗାଇବା ଆରମ୍ଭ କରିଥିଲେ ବୋଲି ସାନୁ କୁହନ୍ତି ।
କ୍ୟାରିୟର
[ସମ୍ପାଦନା]ଏକ ବାଂଲାଦେଶୀ ଚଳଚ୍ଚିତ୍ର ତିନ କନ୍ୟାରୁ ସେ ତାଙ୍କ ଗାଇବା କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ପ୍ରଯୋଜକ ଓ ଗାୟକ ଜଗଜୀତ ସିଂ ସାନୁଙ୍କୁ ପ୍ରଥମେ ବଲିଉଡ ଫିଲ୍ମ ଆନ୍ଧିୟାରେ ଗାଇବାର ସୁଯୋଗ ପ୍ରଦାନ କରିଥିଲେ । ପରେ ପରେ ସେ ନଉସଦ,ରାଜଦନ,କଲ୍ୟାଣୀ ଅନ୍ଦାଜି ଓ ଉଷା ଖାନ୍ନା ଭଳି ପ୍ରଯୋଜକମାନଙ୍କ ସହ କାମ କରିଥିଲେ । ୧୯୯୦ରେ ଆଶିକି,୧୯୯୧ରେ ଫିଲ୍ମ ସାଜନ , ୧୯୯୨ରେ ଫିଲ୍ମ ଦିବାନା , ୧୯୯୩ରେ ବାଜିଗର ଓ ୧୯୯୪ରେ ଏ ଲଭ ଷ୍ଟୋରି ପାଇଁ ସେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ।
ସମ୍ମାନ
[ସମ୍ପାଦନା]ବର୍ଷ | ଆୱାର୍ଡ | ସଂପୃକ୍ତ ଅନୁଷ୍ଠାନ / ବ୍ୟକ୍ତିତ୍ୱ |
---|---|---|
୨୦୦୧ | ୩୧ ମାର୍ଚ - କୁମାର ସାନୁ-ପ୍ରଥମ ଭାରତୀୟ ଗାୟକ ଭାବରେ ଆମେରିକାରେ ସମ୍ମାନିତ । | ମାଇକେଲ, ମେୟୋର, ଡେଟୋନ, ଓହାଈଓ, U.S.[୪] |
୨୦୦୧ | doctarte | ଆମେରିକା ବିଶ୍ୱବିଦ୍ୟାଳୟ |
୨୦୦୯ | Padma Shri | Government of India |
୨୦୧୨ | ଆମେଦକର ଆୱାର୍ଡ | ପିପୁଲ ଏଜୁକେସନ ଷୋସାଇଟି |
୨୦୧୪ | ମହାରାଷ୍ଟ୍ର ରତ୍ନ ଆୱାର୍ଡ | Government of Maharashtra |
୨୦୧୪ | ମହାନୟକ ସମ୍ମାନ ଲାଇଫ ଟାଇମ ଆଚିଭମେଣ୍ଟ (ବଙ୍ଗାଳୀ ଗାୟକ ଭାବରେ ) | Government of West Bengal |
- ↑ "Profile and details of Kumar Sanu". Bollywood Village. Retrieved 6 November 2013.
- ↑ "Life History of Kumar Sanu". Cultural India. Retrieved 6 November 2013.
- ↑ http://timesofindia.indiatimes.com/entertainment/hindi/music/news/All-reality-shows-are-money-minting-programmes-Kumar-Sanu/articleshow/14603961.cms
- ↑ "ଆର୍କାଇଭ୍ କପି". Archived from the original on 2004-08-30. Retrieved 2016-01-11.
{{cite web}}
: Cite has empty unknown parameter:|1=
(help)