(Translated by https://www.hiragana.jp/)
ଚନ୍ଦ୍ରଶେଖର ହୋତା - ଉଇକିପିଡ଼ିଆ Jump to content

ଚନ୍ଦ୍ରଶେଖର ହୋତା

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଶେଖର ହୋତା
ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବା ଅବସରରେ
ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବା ଅବସରରେ
ଜନ୍ମ ଓ ଜନ୍ମସ୍ଥାନ (1985-07-01) ୧ ଜୁଲାଇ ୧୯୮୫ (ବୟସ ୩୯)
ଗୁର୍ଜିଭଟା, ଲୋଇସିଂହା, ବଲାଙ୍ଗୀର
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୨୦

ଚନ୍ଦ୍ରଶେଖର ହୋତା (ଜନ୍ମ: ୧ ଜୁଲାଇ ୧୯୮୫) ଜଣେ ଓଡ଼ିଆ ପ୍ରାବନ୍ଧିକ । ପ୍ରବନ୍ଧ ବ୍ୟତିତ ସେ କବିତା ମଧ୍ୟ ଲେଖନ୍ତି । ପୁସ୍ତକ ଚେତନାର ଅନ୍ୱେଷଣ ପାଇଁ ତାଙ୍କୁ ୨୦୨୦ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଚନ୍ଦ୍ରଶେଖର ୧୯୮୫ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶମ୍ଭୂଧର ହୋତା ପ୍ରାଚୀନ ସାହିତ୍ୟର ଜଣେ ପଣ୍ଡିତ ଓ ପ୍ରବଚକ । ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ଓ ବର୍ତ୍ତମାନ ନବରଙ୍ଗପୁରର ଡିଏସପି ଭାବରେ କାର୍ଯ୍ୟରତ ।[]

ସାହିତ୍ୟ ରଚନା

[ସମ୍ପାଦନା]

ସେ ପିଲାଦିନେ ଓଡ଼ିଆ କବିତା ଲେଖିବା ଆରମ୍ଭ କରିଥିଲେ । ପରେ ସେ ପ୍ରବନ୍ଧ ରଚନା ଆରମ୍ଭ କରିଥିଲେ । ତାଙ୍କ ଚେତନାର ଅନ୍ୱେଷଣ ସମେତ ଆଉ ଛଅଟି ପ୍ରବନ୍ଧ ରଚନା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ଚେତନାର ଅନ୍ୱେଷଣ
  • କଳ୍ପନା ଅନୁଭବ ଓ ସାହିତ୍ୟ
  • ଚେତନାର ଅନ୍ୱେଷଣ
  • ଷଡ଼ଜ
  • ଗାନ୍ଧୀ କବିତା
  • ଗାନ୍ଧୀ ପ୍ରବନ୍ଧ
  • ରାଧା ମୋହନ ଗଡ଼ନାୟକଙ୍କ ମନୋଗ୍ରାଫ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର - ୨୦୨୦
  • ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ
  • ସାରସ୍ୱତ ସମ୍ମାନ
  • ଅଖିଳ ଜଗନ୍ନାଥ ଦାସ ସମ୍ମାନ
  • ମହୁରି ସମ୍ମାନ
  • କୃଷ୍ଣେନ୍ଦୁ ସ୍ମୃତି ସମ୍ମାନ
  • ବ୍ରହ୍ମପୁର ପୁସ୍ତକମେଳା ସମ୍ମାନ
  • ନିଗମାନନ୍ଦ ସେବା ସମ୍ମାନ[]
  1. "ଚନ୍ଦ୍ରଶେଖର ହୋତା ପାଇଲେ ' ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 17 November 2021. Retrieved 17 November 2021. {{cite web}}: |archive-date= / |archive-url= timestamp mismatch; 18 ଅକ୍ଟୋବର 2021 suggested (help)
  2. "ଜୀବନଚର୍ଯ୍ୟା". www.dharitri.com. ଧରିତ୍ରୀ. Archived from the original on 17 November 2021. Retrieved 17 November 2021.
  3. "ସାହିତ୍ୟ ଅକାଦେମି ପୁରସ୍କାର : ବାଲ୍‌ ସାହିତ୍ୟରେ ରାମଚନ୍ଦ୍ର; ଯୁବ ବର୍ଗରେ ଚନ୍ଦ୍ରଶେଖର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 November 2021. Retrieved 17 November 2021.
  4. "ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 17 November 2021. Retrieved 17 November 2021.