ଝରଣା ଦାସ
ଝରଣା ଦାସ | |
---|---|
ଜନ୍ମ | ୧୯୪୫ |
ମୃତ୍ୟୁ | ୦୧ ଡିସେମ୍ବର ୨୦୨୨ କଟକ |
ଅନ୍ୟ ନାମ | ଝୁମୁ |
ଶିକ୍ଷାନୁଷ୍ଠାନ | ମିସନ ଗାର୍ଲ୍ସ ସ୍କୁଲ, ଶୈଳବାଳା ମହାବିଦ୍ୟାଳୟ |
ପ୍ରସିଦ୍ଧି | ଅଭିନେତ୍ରୀ |
ବୈବାହିକ-ସାଥୀ | ଦୀପକ ଦାସ |
ପିତାମାତା(s) | ଏଡ଼ୱିନ ସୁକୁମାର ଦାସ, ଚାରୁପ୍ରଭା ଦାସ |
ପୁରସ୍କାର | ଜୟଦେବ ପୁରସ୍କାର, ୧୯୯୭ |
ଝରଣା ଦାସ( ୧୯୪୫ - ୦୧ ଡିସେମ୍ବର ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଥିଲେ ।[୧] ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ । ସେ କଟକ ଦୂରଦର୍ଶନ କେନ୍ଦ୍ରର ସହକାରୀ କାର୍ଯ୍ୟନିର୍ଦ୍ଦେଶିକା ଓ କଲିକତା ଦୂରଦର୍ଶନ କେନ୍ଦ୍ରର କେନ୍ଦ୍ର-ନିର୍ଦ୍ଦେଶକ ଭ।ବରେ ମଧ୍ୟ କାମ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଝରଣା ଦାସଙ୍କ ଜନ୍ମ ୧୯୪୫ ମସିହ।ରେ କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ହୋଇଥିଲା । ତାଙ୍କ ପିତା ଏଡ଼ୱିନ ସୁକୁମାର ଦାସ ଜଣେ ସ୍କୁଲ ଶିକ୍ଷକ ଓ ମା ଚାରୁପ୍ରଭା ଦାସ ବିଡ଼ିଓ ଥିଲେ । ପରିବାରରେ ୩ ପୁଅ ଓ ୨ ଝିଅଙ୍କ ମଧ୍ୟରେ ଝରଣା ଥିଲେ ଦ୍ୱିତୀୟ ସନ୍ତାନ ।[୨] ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ ।[୩] ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର 'ଶିଶୁ ସଂସାର' କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।[୪]
ଶିକ୍ଷା
[ସମ୍ପାଦନା]ଝରଣା ଦାସଙ୍କ ଘରେ ତାଙ୍କ ବାପା, କକା ଆଦି ସଙ୍ଗୀତ ସାଧକ ଥିଲେ ଓ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିଲେ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ସେ ଆକାଶବାଣୀ କଟକରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ମିସନ୍ ଗର୍ଲସ ସ୍କୁଲରୁ(ଏବର ବକଲି ଗର୍ଲସ ସ୍କୁଲ) ମ୍ୟାଟ୍ରିକ ପାସ କଲା ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସ୍ନ।ତକ ଡିଗ୍ରୀ ହାସଲ କରିଥିଲେ ଝରଣା ଦାସ । ସେ ସ୍ନାତକ ଶିକ୍ଷାପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ ଅଭିନେତ୍ରୀ ।[୫] ଶୈଳବାଳା କଲେଜର ପଢୁଥିବା ସମୟରେ ବେତାର ନାଟକ କରିବା ଆରମ୍ଭ କରିଥିଲେ । ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ । ସେ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷାଲାଭ କରିଥିଲେ । ରକ୍ଷଣଶୀଳ ପରିବାରରେ ସିନେମାରେ ଅଭିନୟ କରିବା ପାଇଁ ଅନୁମତି ନଥିଲା ।[୬]
ଅଭିନୟ ଓ ନିର୍ଦ୍ଦେଶନା
[ସମ୍ପାଦନା]୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ ।[୬] ୧୯୬୨ରେ ସେ ମଲାଜହ୍ନରେ ନାୟିକା ଭାବେ ଅଭିନୟ କରିଥିଲେ, ତେବେ ଏହା ବହୁ ବିଳମ୍ବରେ ୧୯୬୫ରେ ମୁକ୍ତିଲାଭ କରିଥିଲା ।[୭]ଚଳଚ୍ଚିତ୍ର ବ୍ୟତୀତ, ସେ ଆକାଶବାଣୀ[୮] ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ରହିଛନ୍ତି । ହରେକୃଷ୍ଣ ମହତାବଙ୍କ ଉପରେ ନିର୍ମିତ ଏକ ବୃତ୍ତଚିତ୍ରରେ ସେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । [୯] ସେ ସେଠାରେ ଥିବା ବେଳେ ସେ "ଘର ଭଡ଼ା ଦିଆ ଯିବ" ଓ "ମଣିଷ" ଆଦି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଏଥିସହିତ ସେ ନିଜର ଫିଲ୍ମରେ ଅଭିନୟ ଚାଲୁରଖିଥିଲେ ।
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]ଝରଣା ଦାସଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ହେଲା:
- ଆ' ଜହ୍ନରେ ଲେଖିବା ନାଁ, ୨୦୦୯
- ଭାଗ୍ୟ ଚକ୍ର, ୨୦୦୮
- ସୁନା ଭାଉଜ, ୧୯୯୪
- ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ୧୯୮୯
- ଲାଲ ପାନ ବିବି, ୧୯୮୮
- କସ୍ତୁରୀ, ୧୯୮୭
- ସମୟ ବଡ଼ ବଳବାନ, ୧୯୮୫
- ପୂଜାଫୁଲ, ୧୯୮୫
- ହୀରାନୀଳା, ୧୯୮୪
- ନିନାଦ, ୧୯୮୪
- ଆଶାର ଆକାଶ, ୧୯୮୩
- ମହାସତୀ ସାବିତ୍ରୀ, ୧୯୮୩
- ଜ୍ୱାଇଁ ପୁଅ, ୧୯୮୨
- ହିସାବ ନିକାଶ, ୧୯୮୨
- ଟିକେ ହସ ଟିକେ ଲୁହ, ୧୯୮୧
- ଶ୍ରୀ ଜଗନ୍ନାଥ, ୧୯୭୯
- ଅଦିନ ମେଘ, ୧୯୭୦
- ମାର୍ଗ, ୧୯୬୯
- କା, ୧୯୬୬
- ମଲାଜହ୍ନ, ୧୯୬୫
- ଅଭିନେତ୍ରୀ, ୧୯୬୫
- ନବଜନ୍ମ, ୧୯୬୫
- ଅମଡ଼ା ବାଟ, ୧୯୬୪
- ନାରୀ, ୧୯୬୩
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜୟଦେବ ପୁରସ୍କାର, ୧୯୯୭ [୧୦]
- ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ୨୦୧୧ [୧୧]
- ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ, ୨୦୧୧ [୧୨]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୬(ଜୀବନବ୍ୟାପି ଅବଦାନ) [୧୩]
ମୃତ୍ୟୁ
[ସମ୍ପାଦନା]୨୦୨୨ ମସିହା ଡିସେମ୍ବର ୧ ତାରିଖରେ କଟକର ଚଣ୍ଡିଛକ ନିକଟସ୍ଥ ବାସଭବନରେ ଝରଣାଙ୍କର ପରଲୋକ ଘଟିଥିଲା । ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।[୧୪]
ଆଧାର
[ସମ୍ପାଦନା]- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 105–. ISBN 978-1-136-77291-7.
- ↑ "ଅମଡ଼ା ବାଟର ମାୟା". No. ରବିବାର ସମ୍ବାଦ ୪ ଡିସେମ୍ବର ୨୦୨୨ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 8 December 2022. Retrieved 8 December 2022.
- ↑ "ଝରଣା ଦାସ ଓଡ଼ିଆ ଫିଲ୍ମର ପ୍ରଥମ ଷ୍ଟାର". ନିତିଦିନ. Retrieved 10 June 2016.[permanent dead link]
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 81–. ISBN 978-1-135-94318-9.
- ↑ "Life in the Limelight". The New Indian Express. Archived from the original on 3 December 2015. Retrieved 10 May 2015.
{{cite news}}
:|first=
missing|last=
(help) - ↑ ୬.୦ ୬.୧ "ଫେସବୁକ ମୋ ପାଇଁ ଅଲୋଡା-ଅଦରକାରୀ". ସମ୍ବାଦ ୨୧/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ. 27 July 2015. Archived from the original on 4 March 2016. Retrieved 27 July 2015.
- ↑ "ଶ୍ୟାମଳୀ ନାୟିକା". ଧରିତ୍ରୀ. 3 December 2022. p. ୫. Retrieved 12 December 2022.
- ↑ http://aircuttack.com/drama_broadcast_schedule.php[permanent dead link]
- ↑ ODISHA Reference Year Book 2014. B.K.PUBLICATIONS PVT. LTD. p. 618. ISBN 9789380422541.
- ↑ http://orissa.gov.in/e-magazine/orissaannualreference/ORA-2011/pdf/114.pdf
- ↑ "ଆର୍କାଇଭ୍ କପି". Archived from the original on 2014-08-20. Retrieved 2014-06-04.
{{cite web}}
: Cite has empty unknown parameter:|1=
(help) - ↑ http://archive.orissasociety.org/awards.htm[permanent dead link]
- ↑ "GURU KELUCHARAN AWARDS FOR 2016 ANNOUNCED". The Pioneer. Retrieved 1 September 2016.
- ↑ "ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 2 December 2022. Retrieved 2 December 2022.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଝରଣା ଦାସ