ଡଲାର
ଡଲାର (ଯାହାକି $ ଚିହ୍ନ ପ୍ରଦର୍ଶିତ ହୁଏ) ଯାହାକି ଅନେକ ଗୁଡ଼ିଏ ଭିନ୍ନ ଭିନ୍ନ ଦେଶର ମୁଦ୍ରାର ନାମ । କେବଳ ନାମଟି ସମାନ ହେଲେ ହେଁ ମୁଦ୍ରା ଗୁଡ଼ିକ ଭିନ୍ନ । ଅଷ୍ଟ୍ରେଲିଆ, ବେଲିଜ୍, ବୃନେଇ, କାନଡ଼ା, ହଂକଂ, ଜାମାଇକା, ନାମିବିଆ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ସୁରିନାମ, ତାଇୱାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ମୁଦ୍ରାର ନାମ ଡଲାର । ଯୁକ୍ତରାଷ୍ଟ୍ର ଆମେରିକୀୟ ଡଲାର ନିମ୍ନୋକ୍ତ ଦେଶମାନଙ୍କ ଆଧିକାରିକ ମୁଦ୍ରା : ପୂର୍ବ ତିମୋର, ଇକୁଆଡ଼ର, ଏଲ ସାଲଭାଡ଼ର, ମାଇକ୍ରୋନେସିଆ ସଙ୍ଘୀୟ ରାଜ୍ୟ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ, କାରିବିଆନ ନେଦରଲ୍ୟାଣ୍ଡ । ସାଧାରଣତଃ ଗୋଟିଏ ଡଲାର ୧୦୦ ସେଣ୍ଟରେ ବିଭକ୍ତ ।
ଇତିହାସ
[ସମ୍ପାଦନା]୧୫ ଜାନୁଆରୀ ୧୫୨୦ରେ ବୋହେମିଆ ରାଜତ୍ୱରେ ଏକ ନୂଆ ପ୍ରକାର ମୁଦ୍ରାର ପ୍ରଚଳନ ହେଲା । ଏଥିଲାଗି ଆବଶ୍ୟକ ରୂପା ଜୋଆଖିମସ୍ଥାଲ ନାମକ ସ୍ଥାନରେ ଥିବା ଖଣିରୁ ମିଳୁଥିଲା । ଏହି ନାମାନୁସାରେ ମୁଦ୍ରାକୁ ସାଧାରଣ ପ୍ରଚଳନରେ ଥାଲର ବା ଟାଲର କୁହାଯାଉଥିଲା । ଚେକ୍ ଭାଷାରୁ ଏହି ଶବ୍ଦ କାଳକ୍ରମେ ଅପଭ୍ରଂଶ ହୋଇ ଡଚ୍ ଭାଷା ଦେଇ ଇଂରାଜୀରେ ପହଞ୍ଚିବା ବେଳେ ଡଲାରରେ ପରିଣତ ହେଲା । [୧]
ଡଲାର ଚିହ୍ନ
[ସମ୍ପାଦନା]୧୭୭୦ ପାଖାପାଖି କିଛି ବ୍ୟାବସାୟିକ ପତ୍ରାଚାରରେ ସଂକ୍ଷେପଣ ରୂପେ ସ୍ପାନିଶ୍-ଆମେରିକାନ ପେସୋ ଲାଗି "ps" ବ୍ୟବହାର କରାଯାଉଥିଲା ।[୨][୩] ଏହି ପେସୋକୁ ବ୍ରିଟିଶ ଶାସିତ ଉତ୍ତର ଆମେରିକାରେ ସ୍ପେନୀୟ ଡଲାର ମଧ୍ୟ କୁହାଯାଉଥିଲା । ପରବର୍ତ୍ତୀ ସମୟରେ 's' ଟିକୁ 'p' ଉପରେ ଲେଖାଗଲା ଯେଉଁଥିରୁ "$" ଚିହ୍ନର ଉତ୍ପତ୍ତି ହେଲା । [୪][୫][୬][୭][୮]
ଡଲାରକୁ ମୁଦ୍ରା ଭାବେ ବ୍ୟବହାର କରୁଥିବା ଦେଶମାନଙ୍କ ତାଲିକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Why Is The Dollar Sign A Letter S?". Observation Deck. Archived from the original on 2015-05-04. Retrieved 2015-02-09.
- ↑ Lawrence Kinnaird (July 1976). "The Western Fringe of Revolution," The Western Historical Quarterly 7(3), 259.
- ↑ "Origin of Dollar Sign is Traced to Mexico", Popular Science, 116 (2): 59, 1930, ISSN 0161-7370
- ↑ Florian Cajori ([1929]1993). A History of Mathematical Notations (Vol. 2), 15-29.
- ↑ Arthur S. Aiton and Benjamin W. Wheeler (May 1931). "The First American Mint", The Hispanic American Historical Review 11(2), 198 and note 2 on 198.
- ↑ Nussbaum, Arthur (1957). A History of the Dollar. New York: Columbia University Press. p. 56.
- ↑ Riesco Terrero, Ángel (1983). Diccionario de abreviaturas hispanas de los siglos XIII al XVIII: Con un apendice de expresiones y formulas juridico-diplomaticas de uso corriente. Salamanca: Imprenta Varona, 350. ISBN 84-300-9090-8
- ↑
{{citation}}
: Empty citation (help) web |url= http://www.moneyfactory.gov/faqlibrary.html |title= 'What is the origin of the $ sign?' in FAQ Library |author= Bureau of Engraving and Printing |accessdate=December 14, 2010}}