ରାଜେନ୍ଦ୍ର କୁମାର ଛତ୍ରିଆ
ଦେଖଣା
ରାଜେନ୍ଦ୍ର କୁମାର ଛତ୍ରିଆ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ରବିନାରାୟଣ ନାଏକ |
ପର ଅଧିକାରୀ | ରବିନାରାୟଣ ନାଏକ |
ନିର୍ବାଚନ ମଣ୍ଡଳୀ | କୁଚିଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ମଇ ୧୯୬୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପୁଷ୍ପଲତା ଛତ୍ରିଆ |
ବାପା/ବୋଉ | ଗୁଣମଣି ଛତ୍ରିଆ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜେନ୍ଦ୍ର କୁମାର ଛତ୍ରିଆ (ଜନ୍ମ: ୫ ମଇ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରାଜେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ରାଜେନ୍ଦ୍ର ୧୯୬୪ ମସିହାର ମଇ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଣମଣି ଛତ୍ରିଆ ଓ ପତ୍ନୀଙ୍କ ନାମ ପୁଷ୍ପଲତା ଛତ୍ରିଆ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ରାଜେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।
ଆଧାର
[ସମ୍ପାଦନା]- ↑ "Can BJD break into BJP bastion, Kuchinda?". The New Indian Express. 13 March 2019. Retrieved 22 August 2020.
- ↑ "Shri Rajendra Kumar Chhatria". odishaassembly.nic.in. Odisha Assembly. Retrieved 22 August 2020.
- ↑ ମିଶ୍ର, ଜ୍ଞାନରଂଜନ; ଶର୍ମା, ଗଗନ (7 March 2019). "କୁଚିଣ୍ଡା ନିର୍ବାଚନ ମଣ୍ଡଳୀ : ବିଜେଡି ପାଇଁ ଆହ୍ବାନ, ବିଜେପି ପାଇଁ ସମ୍ମାନ | Sambad". Archived from the original on 22 August 2020. Retrieved 22 August 2020.