ସୌଦାମିନୀ ଉଦ୍ଗାତା
ସୌଦାମିନୀ ଉଦ୍ଗାତା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୌଦାମିନୀ ଉଦ୍ଗାତା ୨୩ ଫେବୃଆରୀ ୧୯୩୭ ବଲାଙ୍ଗିର |
ବୃତ୍ତି | ଲେଖିକା, ଅନୁବାଦିକା |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସମାଧୀ ହେବନି ଆଉ (ଉପନ୍ୟାସ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୫ |
ଜୀବନସାଥୀ | ଶ୍ରୀନିବାସ ଉଦ୍ଗାତା |
ସମ୍ପର୍କୀୟ | ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା (ଦେଢ଼ଶୁର) |
ସୌଦାମିନୀ ଉଦ୍ଗାତା (ଜନ୍ମ: ୨୩ ଫେବୃଆରୀ ୧୯୩୭) ଜଣେ ଓଡ଼ିଆ ଲେଖିକା ଓ ଅନୁବାଦିକା ।[୧] ତାଙ୍କୁ ୨୦୦୫ ମିସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ସୌଦାମିନୀଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]
ଜନ୍ମ ଓ ପରିବାର
[ସମ୍ପାଦନା]ସୌଦାମିନୀ ଉଦ୍ଗାତା ୧୯୩୭ ମସିହାର ଫେବୃଆରୀ ମାସ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀନିବାସ ଉଦ୍ଗାତାଙ୍କୁ ବିବାହ କରିଥିଲେ ।[୩] ଶ୍ରୀନିବାସ ତାଙ୍କର ପିଲାଦିନର ବନ୍ଧୁ ଥିଲେ ।[୩] ଶ୍ରୀନିବାସ ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ, ନାଟ୍ୟକାର ଓ ପ୍ରାବନ୍ଧିକ ।[୩]
ସାହିତ୍ୟକୃତି
[ସମ୍ପାଦନା]ସୌଦାମିନୀଙ୍କର ନିଜ ରଚନାରେ କିଛି ପୁସ୍ତକ ପ୍ରକାଶ ପାଇବା ସହ କିଛି ଅନୁବାଦିତ ପୁସ୍ତକ ପ୍ରକାଶ ପାଇଥିଲା ।[୪] ତାଙ୍କର ୧୬ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି ।[୩]
ରଚନାବଳୀ
[ସମ୍ପାଦନା]- ଧନ୍ୟବଦା ସିବନୀ - ୨୦୧୧ (ଅନୁବାଦ)
- ସମାଧୀ ହେବନି ଆଉ - ୨୦୦୫ (ଅନୁବାଦ)
- ରହିଯା ରାଧିକା - ୨୦୦୨ (ଅନୁବାଦ)
- ମଧୁର ମଧୁର ବିମ୍ବେ - ୨୦୦୪
- ଗୋଟିଏ ସାଗର କୋଟିଏ ଢେଉ - ୧୯୬୪
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ସୌଦାମିନୀଙ୍କୁ ୨୦୦୫ ମସିହାରେ ଅନୁବାଦ ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।[୨] ତାଙ୍କ ଅନୁବାଦିତ ପୁସ୍ତକ ସମାଧୀ ହେବନି ଆଉ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]
ଆଧାର
[ସମ୍ପାଦନା]- ↑ "ଆତ୍ମ ପ୍ରକାଶନୀରେ ଶୋକ" (PDF). ନିତିଦିନ. 2 August 2017. p. ୧୪. Archived from the original (PDF) on 29 March 2019. Retrieved 29 March 2019.
- ↑ ୨.୦ ୨.୧ ୨.୨ "Odisha Sahitya Akademi". odishasahityaakademi.org. Archived from the original on 27 March 2019. Retrieved 29 March 2019.
- ↑ ୩.୦ ୩.୧ ୩.୨ ୩.୩ "ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତାଙ୍କ ସହିତ ସାକ୍ଷାତକାର - ଓଡ଼ିଆସାହିତ୍ୟ ପ୍ରେସ୍ | Odia Bhasha Ebam Sahitya" (in ଇଂରାଜୀ). Retrieved 2019-03-29.
- ↑ USA, VTLS, Inc., Blacksburg, VA,. "VTLS Chameleon iPortal List of Titles". opac.nationallibrary.gov.in (in ଇଂରାଜୀ). Retrieved 2019-03-29.
{{cite web}}
: CS1 maint: extra punctuation (link) CS1 maint: multiple names: authors list (link)